Lyrics
ମୁଁ ଅନିଦ୍ରା ଆଖି, ତୁ ଫୁଲ ବିଛଣା
ଝୁଣ୍ଟିଲା ପାଦ ମୁଁ, ତୁ ଶେଷ ଠିକଣା
ମୁଁ ଅନିଦ୍ରା ଆଖି, ତୁ ଫୁଲ ବିଛଣା
ଝୁଣ୍ଟିଲା ପାଦ ମୁଁ, ତୁ ଶେଷ ଠିକଣା
ମୁଁ ଲୋଭୀ, ତୁ ମୋ ଲୋଭ
ମୁଁ ଗର୍ବୀ, ତୁ ମୋ ଗର୍ବ
ରାଗି ମୁଁ, ତୁ ମୋ ରାଗ
ଭୋଗୀ ମୁଁ, ତୁ ମୋ ଭୋଗ
ମୋ ଦେହରୁ ଜୀବନ ଫେଡ଼ି ତୋ ଦେହରେ ଯୋଡ଼ିଦେ
ହେ ଜଗା ତୋ କଳା ଅନ୍ଧାରରେ ମୋତେ ମିଶେଇ ଦେ
ହେ ଜଗା ତୋ କଳା ଅନ୍ଧାରରେ ମୋତେ ମିଶେଇ ଦେ
ତୁ ତତେ ଗଢିଚୁ, ପୁଣି ମାତେ ଗଢିଚୁ
ତତେ ଅଧା ମୋତେ ପୁରା କରିଚୁ
ମୁଁ ମାଗିଲେ ଦଉ, ନ ମାଗିଲେ ବି ଦଉ
ଅଛିଣ୍ଡା ବନ୍ଧନ ବାନ୍ଧି ଦେଇଛୁ
ତୁ ଶବ୍ଦ, ତୁ ହି ମନ୍ତ୍ର
ତୁ ତିଥି, ତୁ ନକ୍ଷତ୍ର
ଶୁନ୍ୟ ତୁ, ତୁ ହି ପୂର୍ଣ୍ଣ
ବିଧି ତୁ, ତୁ ବିଧାନ
ମୋ ନିଃଶ୍ୱାସ ଧାଡ଼ି ଶେଷରେ ପୂର୍ଣ୍ଣଛେଦ ଟାଣିଦେ
ହେ ଜଗା ତୋ କଳା ଅନ୍ଧାରରେ ମୋତେ ମିଶେଇ ଦେ
ହେ ଜଗା ତୋ କଳା ଅନ୍ଧାରରେ ମୋତେ ମିଶେଇ ଦେ
ତୁ ସବୁ ଦେଖୁଚୁ, ହେଲେ କିଛି କହୁନୁ
ନିଜେ ବସି ମୋତେ ବାଟ କଢ଼ଉଚୁ
ହୋ, ତୁ ମନ୍ଦିରେ ଥାଉ, ପୁଣି ମନରେ ଥାଉ
ତୁ ମାୟାର ଖେଳରେ ଜିତି ଚାଲିଚୁ
ତୁ ବିନ୍ଦୁ, ତୁ ହି ବୃତ୍ତ
ତୁ ସ୍ବପ୍ନ, ତୁ ହି ସତ
ଲେଖା ତୁ, ତୁ ଲେଖକ
ଜାତି ତୁ, ତୁ ଜାତକ
ମୋ ହାତରୁ ଆୟୁଷ ଗାର ତୋ ହାତରେ ପୋଛିଦେ
ହେ ଜଗା ତୋ କଳା ଅନ୍ଧାରରେ ମୋତେ ମିଶେଇ ଦେ
ହେ ଜଗା ତୋ କଳା ଅନ୍ଧାରରେ ମୋତେ ମିଶେଇ ଦେ
Written by: Abhijit Tripathy, Amara Muzik Pvt Ltd, Silu Bibhu


