Music Video
Music Video
Credits
PERFORMING ARTISTS
Bhikhari Bala
Performer
COMPOSITION & LYRICS
Amarendra Mohanty
Composer
Saroj Nanda
Composer
Kalpataru Bala
Lyrics
Lyrics
ସାଆନ୍ତେ ଫେରିବେ ଦେଉଳକୁ ଆଜି
ସାଆନ୍ତେ ଫେରିବେ ଦେଉଳକୁ ଆଜି
ସାରି ତାଙ୍କ ରଥ ଯାତ
ସାରି ତାଙ୍କ ରଥ ଯାତ
ମାଆ ସାଆନ୍ତାଣୀ ଲକ୍ଷ୍ମୀ ଠାକୁରାଣୀ
ମାଆ ସାଆନ୍ତାଣୀ ଲକ୍ଷ୍ମୀ ଠାକୁରାଣୀ
ଚାହିଁ ବସିଛନ୍ତି ତାଙ୍କରି ବାଟ
ଫେରିବେ ଜଗତ ନାଥରେ
ଫେରିବେ ଜଗତ ନାଥ
ସାଆନ୍ତେ ଫେରିବେ ଦେଉଳକୁ ଆଜି
ସାଆନ୍ତେ ଫେରିବେ ଦେଉଳକୁ ଆଜି
ସାରି ତାଙ୍କ ରଥ ଯାତରେ
ସାରି ତାଙ୍କ ରଥ ଯାତ
ଶାଗ, ମୁଗ, ବଡ଼ି ଦେଇଗଲେ ପୋଡ଼ି
କେଡେ ଦଗାଦିଆ ସତେ?
ଶିରିହୀନ ହୋଇ ଶ୍ରୀମନ୍ଦିର ଜାଣେ
ମାଆଙ୍କ ଭାବନା କେତେ?
ଗୁଣ୍ଡିଚା ମନ୍ଦିରୁ ଆସୁ-ଆସୁ ଅବା
ଗୁଣ୍ଡିଚା ମନ୍ଦିରୁ ଆସୁ-ଆସୁ ଅବା
ଭୁଲିଲେ କି ସିଏ ବାହୁଡ଼ା ବାଟ?
ସାରି ତାଙ୍କ ରଥ ଯାତରେ
ସାରି ତାଙ୍କ ରଥ ଯାତ
ସାଆନ୍ତେ ଫେରିବେ ଦେଉଳକୁ ଆଜି
ସାଆନ୍ତେ ଫେରିବେ ଦେଉଳକୁ ଆଜି
ସାରି ତାଙ୍କ ରଥ ଯାତରେ
ସାରି ତାଙ୍କ ରଥ ଯାତ
ଭକତ ପ୍ରେମରେ ବଡ଼ଦାଣ୍ଡେ ଅବା
ନାଚୁଛନ୍ତି ରହି-ରହି
ଲକ୍ଷ୍ମନାରାୟଣ ବସନରେ ଗଣ୍ଠି
ଏ ଯାଏ ପଡ଼ିଲା ନାହିଁ
ଗରୁଡ଼କୁ ଚାହିଁ ନଅ ଦିନ ହେଲା
ଗରୁଡ଼କୁ ଚାହିଁ ନଅ ଦିନ ହେଲା
କାନ୍ଦନ୍ତି ବାହୁନି ଜଗତ ମାତ
ନ ଫେରିଲେ ଜଗନ୍ନାଥରେ
ନ ଫେରିଲେ ଜଗନ୍ନାଥ
ସାଆନ୍ତେ ଫେରିବେ ଦେଉଳକୁ ଆଜି
ସାଆନ୍ତେ ଫେରିବେ ଦେଉଳକୁ ଆଜି
ସାରି ତାଙ୍କ ରଥ ଯାତରେ
ସାରି ତାଙ୍କ ରଥ ଯାତ
ମାଆ ସାଆନ୍ତାଣୀ ଲକ୍ଷ୍ମୀ ଠାକୁରାଣୀ
ମାଆ ସାଆନ୍ତାଣୀ ଲକ୍ଷ୍ମୀ ଠାକୁରାଣୀ
ଚାହିଁ ବସିଛନ୍ତି ତାଙ୍କରି ବାଟ
ଫେରିବେ ଜଗତ ନାଥରେ
ଫେରିବେ ଜଗତ ନାଥ
ସାଆନ୍ତେ ଫେରିବେ ଦେଉଳକୁ ଆଜି
ସାଆନ୍ତେ ଫେରିବେ ଦେଉଳକୁ ଆଜି
ସାରି ତାଙ୍କ ରଥ ଯାତରେ
ସାରି ତାଙ୍କ ରଥ ଯାତ
Written by: Amarendra Mohanty, Kalpataru Bala, Saroj Nanda