Music Video

Music Video

Credits

PERFORMING ARTISTS
Kuldeep Pattanaik
Kuldeep Pattanaik
Performer
COMPOSITION & LYRICS
Satya Jit
Satya Jit
Songwriter
Amar Das
Amar Das
Songwriter

Lyrics

ହାଏ ତୋର ଚୋରା ଚାହାଣୀ, ଜାଣିନି କି କଲା ଗୁଣି
ଝିଅ ନା ସେ ଚାନ୍ଦ-ଚକରୀ?
ସକାଳୁ ତା ବାଟ ଚାହିଁ, ବସି ରହେ ମୁଁ ଯେ କାହିଁ?
ଦେଖିଲେ ଲାଜେ ଯାଏ ମରି
ଏ କି ନିଆରା ଶିହରଣ? ଖୋଜି ବୁଲେ ମୁଁ ତା କାରଣ
ଏଇ ଦୁଷ୍ଟ ଆଖି କାହିଁ, ତାକୁ ଖାଲି ଖୋଜେ ରେ?
ଧିମା ଧିମା ହୃଦୟର ସ୍ପନ୍ଦନ କହେ ରେ, "ଏ ମନ ଖାଲି ତୋ ସାହାରା ଚାହେଁ ରେ"
ଧିମା ଧିମା ହୃଦୟର ସ୍ପନ୍ଦନ କହେ ରେ, "ଏ ମନ ଖାଲି ତୋ ସାହାରା ଚାହେଁ ରେ"
ଏଇ ହୃଦୟ ମୋ ଥିଲା ସାଧା କାଗଜ
ପ୍ରେମ ରଙ୍ଗ ବୋଳିଦେଲା, ତା କୁଆଁରୀ ଲାଜ
ତୋ ପାଇଁ କାଇଁ ହୁଏ ଏତେ ସଜବାଜ?
ଦେଇଦେ ଲୋ ପ୍ରିୟା ମୋତେ, ତୋ ପ୍ରୀତି କରଜ
ଏଇ ହୃଦୟ ମୋ ଥିଲା ସାଧା କାଗଜ
ପ୍ରେମ ରଙ୍ଗ ବୋଳିଦେଲା, ତା କୁଆଁରୀ ଲାଜ
ତୋ ପାଇଁ କାଇଁ ହୁଏ ଏତେ ସଜବାଜ?
ଦେଇଦେ ଲୋ ପ୍ରିୟା ମୋତେ, ତୋ ପ୍ରୀତି କରଜ
ଏ କି ଅପୂର୍ବ ଅନୁଭୂତି? ଝୁରି ମରେ ତୋ ପାଇଁ ନୀତି
ଅଜାଣତେ ପାଦ ମୋ କାଇଁ, ତୋ ଗଳି ବାଟେ ଯାଏ ରେ?
ଧିମା ଧିମା ହୃଦୟର ସ୍ପନ୍ଦନ କହେ ରେ, "ଏ ମନ ଖାଲି ତୋ ସାହାରା ଚାହେଁ ରେ"
ଧିମା ଧିମା ହୃଦୟର ସ୍ପନ୍ଦନ କହେ ରେ, "ଏ ମନ ଖାଲି ତୋ ସାହାରା ଚାହେଁ ରେ"
କଉ କବିର କବିତା ନା କଉ ପ୍ରେମ-ବହି?
ଯେତେଯେତେ ପଢ଼େ ତାକୁ ନୂଆନୂଆ ଲାଗୁଥାଇ
ଅସଜଡ଼ା ଜୀବନକୁ ଦେଲୁ ତୁ ସଜେଇ
ପ୍ରେମ ବରଷାରେ ମୋତେ ଦେ ଟିକେ ଭିଜେଇ
କଉ କବିର କବିତା ନା କଉ ପ୍ରେମ-ବହି?
ଯେତେଯେତେ ପଢ଼େ ତାକୁ ନୂଆନୂଆ ଲାଗୁଥାଇ
ଅସଜଡ଼ା ଜୀବନକୁ ଦେଲୁ ତୁ ସଜେଇ
ପ୍ରେମ ବରଷାରେ ମୋତେ ଦେ ଟିକେ ଭିଜେଇ
ତୁ ମୋ ଗୀତ, ମୋ ସଂଗୀତ, ତୁ ମୋ ମନର ମିତ
ସବୁକିଛି ଭୁଲିଯାଏ, ଯେବେ ତୋତେ ପାଏ ରେ
ଧିମା ଧିମା ହୃଦୟର ସ୍ପନ୍ଦନ କହେ ରେ, "ଏ ମନ ଖାଲି ତୋ ସାହାରା ଚାହେଁ ରେ"
ଧିମା ଧିମା ହୃଦୟର ସ୍ପନ୍ଦନ କହେ ରେ, "ଏ ମନ ଖାଲି ତୋ ସାହାରା ଚାହେଁ ରେ"
Written by: Amar Das, Satya Jit
instagramSharePathic_arrow_out

Loading...