Canciones más populares de Arabinda Muduli
Créditos
ARTISTAS INTÉRPRETES
Arabinda Muduli
Intérprete
COMPOSICIÓN Y LETRA
Arabinda Muduli
Composición
Goura Charan Adhikari
Letra
Letra
ବଂଶୀ ବାଜିଲା, କୁଞ୍ଜବନେ ଶ୍ୟାମ ବଂଶୀ ବାଜିଲା
ବଂଶୀ ବାଜିଲା, କୁଞ୍ଜବନେ ଶ୍ୟାମ ବଂଶୀ ବାଜିଲା
କୁଞ୍ଜବନେ ଶ୍ୟାମ ବଂଶୀ ବାଜିଲା
କୁଞ୍ଜବନେ ଶ୍ୟାମ ବଂଶୀ ବାଜିଲା
ଆନନ୍ଦେ ବନ ପ୍ରକୃତି...
ଆନନ୍ଦେ ବନ ପ୍ରକୃତି ହସିଲା
କୁଞ୍ଜବନେ, କୁଞ୍ଜବନେ
କୁଞ୍ଜବନେ ଶ୍ୟାମ ବଂଶୀ ବାଜିଲା
କୁଞ୍ଜବନେ ଶ୍ୟାମ ବଂଶୀ ବାଜିଲା
ଶୁଷ୍କ ତରୁ ପଲବିଲେ, କୁସୁମ କଢି ଫୁଟିଲେ
ଶ୍ୟାମ ବଂଶୀ ଧ୍ୱନି ଶୁଣି ପଲ୍ଲବୀ ମାନେ ନାଚିଲେ
ଶୁଷ୍କ ତରୁ ପଲବିଲେ, କୁସୁମ କଢି ଫୁଟିଲେ
ଶ୍ୟାମ ବଂଶୀ ଧ୍ୱନି ଶୁଣି ପଲ୍ଲବୀ ମାନେ ନାଚିଲେ
କାହିଁ ଥିଲା ମକରନ୍ଦ...
କାହିଁ ଥିଲା ମକରନ୍ଦ ଝରିଲା
କୁଞ୍ଜବନେ, କୁଞ୍ଜବନେ
କୁଞ୍ଜବନେ ଶ୍ୟାମ ବଂଶୀ ବାଜିଲା
କୁଞ୍ଜବନେ ଶ୍ୟାମ ବଂଶୀ ବାଜିଲା
ପାଷାଣ ହୋଇଲା ପାଣି, ଯମୁନା ବହେ ଉଜାଣି
ଧ୍ୱନି ଶୁଣି ଜଳେ ମୀନ ଚକିତ ହେଲେ ତ କ୍ଷଣି
ପାଷାଣ ହୋଇଲା ପାଣି, ଯମୁନା ବହେ ଉଜାଣି
ଧ୍ୱନି ଶୁଣି ଜଳେ ମୀନ ଚକିତ ହେଲେ ତ କ୍ଷଣି
ସତେ କି ମନ୍ଦ ମରୁତ...
ସତେ କି ମନ୍ଦ ମରୁତ ବୋହିଲା
କୁଞ୍ଜବନେ, କୁଞ୍ଜବନେ
କୁଞ୍ଜବନେ ଶ୍ୟାମ ବଂଶୀ ବାଜିଲା
କୁଞ୍ଜବନେ ଶ୍ୟାମ ବଂଶୀ ବାଜିଲା
ମୁନୀ ଋଷି ତପ ଛାଡି, ପ୍ରେମେ ହେଲେ ଗଡାଗଡି
ହିଂସ୍ର ଜନ୍ତୁ ହିଂସା ଛାଡି ପ୍ରେମରେ ହେଲେ ବାତୁଳି
ମୁନୀ ଋଷି ତପ ଛାଡି, ପ୍ରେମେ ହେଲେ ଗଡାଗଡି
ହିଂସ୍ର ଜନ୍ତୁ ହିଂସା ଛାଡି ପ୍ରେମରେ ହେଲେ ବାତୁଳି
ମୋହନ ବଇଁଶୀ ମନ ଶ୍ୟାମ ହେ, ଶ୍ୟାମ ହେ
ମୋହନ ବଇଁଶୀ ମନ, ମୋହନ ବଇଁଶୀ ମନ ମୋହିଲା
କୁଞ୍ଜବନେ, କୁଞ୍ଜବନେ
କୁଞ୍ଜବନେ ଶ୍ୟାମ ବଂଶୀ ବାଜିଲା
କୁଞ୍ଜବନେ ଶ୍ୟାମ ବଂଶୀ ବାଜିଲା
ବଂଶୀ ବାଜିଲା...
କୁଞ୍ଜବନେ ଶ୍ୟାମ ବଂଶୀ ବାଜିଲା
କୁଞ୍ଜବନେ ଶ୍ୟାମ ବଂଶୀ ବାଜିଲା
ଆନନ୍ଦେ ବନ ପ୍ରକୃତି...
ଆନନ୍ଦେ ବନ ପ୍ରକୃତି ହସିଲା
କୁଞ୍ଜବନେ, କୁଞ୍ଜବନେ
କୁଞ୍ଜବନେ ଶ୍ୟାମ ବଂଶୀ ବାଜିଲା
କୁଞ୍ଜବନେ ଶ୍ୟାମ ବଂଶୀ ବାଜିଲା
କୁଞ୍ଜବନେ ଶ୍ୟାମ ବଂଶୀ ବାଜିଲା
Written by: Arabinda Muduli, Goura Charan Adhikari