क्रेडिट्स
PERFORMING ARTISTS
Narendra Kumar
Performer
COMPOSITION & LYRICS
Shantiraj Khosla
Composer
Dr.Swami Arupananda
Lyrics
गाने
ସତ କହୁଛି ତୋ ଦେହ ଛୁଇଁ ଲୋ, ଛୁଇଁ ଲୋ
କଳା ଶଙ୍ଖ ପରି ଦିଅଁ ନାହିଁ
ମିଛ କାହିକି ଲାଭ କିଛି ନାହିଁ ଲୋ, ନାହିଁ ଲୋ
ତା'ପରି ସାମନ୍ତ କେହି ନାହିଁ
ଚାହିଁଲେ ତାକୁ ଥରେ ଭରସି
ଭାଙ୍ଗିବ ତୋର ଦୁଃଖ କଳସି
ଚାହିଁଲେ ତାକୁ ଥରେ ଭରସି
ଭାଙ୍ଗିବ ତୋର ଦୁଃଖ କଳସି
ରଙ୍କ ଥାଳିଆ ତୋର ସେହି
(ଅଣ୍ଟିରେ ରଖିଥିବି ମୁହିଁ)
ସତ କହୁଛି ତୋ ଦେହ ଛୁଇଁ ଲୋ, ଛୁଇଁ ଲୋ
କଳା ଶଙ୍ଖ ପରି ଦିଅଁ ନାହିଁ
ମିଛ କହିକି ଲାଭ କିଛି ନାହିଁ ଲୋ, ଆଲୋ-ଆଲୋ ନାହିଁ ଲୋ
ତା'ପରି ସାମନ୍ତ କେହି ନାହିଁ
ଖଟର ବିଛଣା ବାସି ହୋଇଗଲେ କାଳିଆ ଆସଇ ନାହିଁ ଲୋ
ସଖି କାଳିଆ ଆସଇ ନାହିଁ
ଗଭାରୁ ଗଜରା ତଳେ ପଡ଼ିଗଲେ ଦୁଆରୁ ଯାଏ ସେ ପଳେଇ ଲୋ
ସଖି ଦୁଆରୁ ଯାଏ ସେ ପଳେଇ ଲୋ
ଧରିବୁ ଯଦି ଭାବ ଆରିସି
ଭକତି ଯିବ ତୋର ବରଷି
ଧରିବୁ ଯଦି ଭାବ ଆରିସି
ଭକତି ଯିବ ତୋର ବରଷି
ଦେଖିବୁ କଳା ମୁହଁ ଛାଇ
(ରାତିରେ ଜଗିଥିବି ମୁହିଁ)
ସତ କହୁଛି ତୋ ଦେହ ଛୁଇଁ ଲୋ, ଛୁଇଁ ଲୋ
କଳା ଶଙ୍ଖ ପରି ଦିଅଁ ନାହିଁ
ମିଛ କହିକି ଲାଭ କିଛି ନାହିଁ ଲୋ, ନାହିଁ ଲୋ
ତା'ପରି ସାମନ୍ତ କେହି ନାହିଁ
ତୁଳସୀ ଚଉରା ଘର ଅଗଣାରେ କେବେ ବଣା ହେବୁ ନାହିଁ ଲୋ
ତୁହି କେବେ ବଣା ହେବୁ ନାହିଁ
ବାସ ଚନ୍ଦନରେ କ୍ଷୀର ଗୋଳିଦେଇ ତା' ବାଟକୁ ଥିବୁ ଚାହିଁ ଲୋ
ସଖି ତା' ବାଟକୁ ଥିବୁ ଚାହିଁ
ଆସିବ ଯେବେ କଳା-ରସିକ
କିଣିବ ତୋର ମନ ବଣିକ
ଆସିବ ଯେବେ କଳା-ରସିକ
କିଣିବ ତୋର ମନ ବଣିକ
ତା'ପାଦେ ପଡିଯିବୁ ତୁହି
(ମୁଣ୍ଡିଆ ମାରୁଥିବି ମୁହିଁ)
ସତ କହୁଛି ତୋ ଦେହ ଛୁଇଁ ଲୋ, ଛୁଇଁ ଲୋ
କଳା ଶଙ୍ଖ ପରି ଦିଅଁ ନାହିଁ
ମିଛ କହିକି ଲାଭ କିଛି ନାହିଁ ଲୋ, ନାହିଁ ଲୋ
ତା'ପରି ସାମନ୍ତ କେହି ନାହିଁ
ଚାହିଁଲେ ତାକୁ ଥରେ ଭରସି
ଭାଙ୍ଗିବ ତୋର ଦୁଃଖ କଳସି
ଚାହିଁଲେ ତାକୁ ଥରେ ଭରସି
ଭାଙ୍ଗିବ ତୋର ଦୁଃଖ କଳସି
ରଙ୍କ ଥାଳିଆ ତୋର ସେହି
(ଅଣ୍ଟିରେ ରଖିଥିବି ମୁହିଁ)
ସତ କହୁଛି ତୋ ଦେହ ଛୁଇଁ ଲୋ, ଛୁଇଁ ଲୋ
କଳା ଶଙ୍ଖ ପରି ଦିଅଁ ନାହିଁ
ମିଛ କହିକି ଲାଭ କିଛି ନାହିଁ ଲୋ, ନାହିଁ ଲୋ
ତା'ପରି ସାମନ୍ତ କେହି ନାହିଁ
ସତ କହୁଛି ତୋ ଦେହ ଛୁଇଁ ଲୋ, ଛୁଇଁ ଲୋ
କଳା ଶଙ୍ଖ ପରି ଦିଅଁ ନାହିଁ
ମିଛ କହିକି ଲାଭ କିଛି ନାହିଁ ଲୋ, ନାହିଁ ଲୋ
ତା'ପରି ସାମନ୍ତ କେହି ନାହିଁ
Written by: Dr.Swami Arupananda, Shantiraj Khosla