album cover
Mo Jaga Kalia
album cover
00:00
00:40
00:55
04:40
00:00
05:07
Ultimi 7 giorni
Mo Jaga Kalia è stata scoperta più frequentemente a circa 40 secondi dall'inizio la canzone durante la settimana passata

Video musicale

Video musicale

Testi

ଜଗନ୍ନାଥ, ଶ୍ରୀ ଜଗନ୍ନାଥ
ଲକ୍ଷେ ଶାଳଗ୍ରାମ ବିଞ୍ଚା ବେଦିକୁ ଛାଡି
ରଥାରୁଢ ହେଉଚି ମୋ କଳା ଶ୍ରୀହରି
(ଜଗନ୍ନାଥ, ଶ୍ରୀ ଜଗନ୍ନାଥ)
ଲକ୍ଷେ ଶାଳଗ୍ରାମ ବିଞ୍ଚା ବେଦିକୁ ଛାଡି
ରଥାରୁଢ ହେଉଚି ମୋ କଳା ଶ୍ରୀହରି
ମେଣ୍ଟିଯିବ ଏ ଆଖିରୁ ଅନେକ ଶୋଷ
ସରଧା ବାଲିରେ ଦେଖି ଶ୍ରୀନନ୍ଦିଘୋଷ
ଜୟ ଜଗନ୍ନାଥ କହି
ଦୁଇ ହାତ ଟେକିଦେଇ
ମନ ପ୍ରାଣ ମିଶିଯାଉ ମାହାଯାତ୍ରାରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ, କାଳିଆ ରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ, କାଳିଆ ରେ
(महाप्रभु श्री जगन्नाथ की, जय)
ବାଲି ଯଉଠି ବିଭୁତି ହୁଏ
ଭାବ ଥିଲେ ଭାତ ହୁଏ ମହାପ୍ରସାଦ
ପାଣି ଯଉଠି ଟଙ୍କ ତୋରାଣି
ପବନରେ ଭାସିଆସେ ଗୀତ ଗୋବିନ୍ଦ
(ଜଗନ୍ନାଥ)
ଓଡିଆ ଜାତି ଗରବ କରେ
ଆନନ୍ଦରେ କହେ ସେ ମୋ ଇଷ୍ଟ ଦେବତା
ଦାରୁ ହେଲେବି ବୁଝୁଚୁ ଦୁଃଖ
ନକହି ବି ଜାଣିପାରୁ ସକଳ କଥା
ଥରେ ହାତକୁ ବଢେଇ
ମୋତେ ନେ ରେ କୋଳେଇ
ଲୋଡା ନାହିଁ ଆଉ କିଛି ମାୟା ସଂସାରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ, କାଳିଆ ରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ, କାଳିଆ ରେ
(ଚତୁର୍ଭୁଜାୟ, ଦେବ ବ୍ରହ୍ମାୟ, ଶ୍ରୀନାଥ ସରଣନମ୍)
(ନୀଳାଦ୍ରିସାୟ, ଜଗନ୍ନାଥାୟ, ଅନାଥ ରକ୍ଷଣମ୍)
(କଳିଯୁଗ ଅବତାରି, ଆହେ ମୁକୁନ୍ଦ ମୁରାରୀ)
(ଦିନ ବାନ୍ଧବ, କୃଷ୍ଣ କେଶବ, ମଧୁ ସୁଦନମ୍)
ନିମ ଯଉଠି ପାଲଟେ ବ୍ରହ୍ମ
ଚଉଦ ଭୁବନେ ନାହିଁ ଏମିତି ଧାମ
ଜୁଇ ଜଳଇ ରସ ନିଆଁରେ
ସରଗ ଦୁଆରେ ହୁଏ ଶେଷ କରମ
(ଜଗନ୍ନାଥ)
ନିଶ୍ୱାସ ଯହିଁ ଚନ୍ଦନ ବାସେ
ମାଟିରେ ମହକି ଯାଏ ଭକତି ପ୍ରେମ
ବିଶ୍ୱ ଯଉଠି ଏକାଠି ହୁଏ
ବିଶ୍ୱାସରେ ପୁର୍ଣ୍ଣ ହୁଏ ସକଳ କାମ
ବାହା-ବାହା ରେ ଠାକୁର
ଖୋଲି ତୋ ଚାରି ଦୁଆର
ଚଉ ବର୍ଗ ଫଳ ଆଣି ଯାଚିଦଉ ରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ, କାଳିଆ ରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ, କାଳିଆ ରେ
(ଜଗନ୍ନାଥ, ଶ୍ରୀ ଜଗନ୍ନାଥ)
Written by: Matruprasad Rath, Ranjan Nayak
instagramSharePathic_arrow_out􀆄 copy􀐅􀋲

Loading...