가사

ସୁନାରଙ୍ଗି ତୋ ଚେହେରା ସକାଳର ଚୁନା ଖରା ଜହ୍ନ ମାମୁଁର ଭାଣିଜୀ ତୁ ଲୋ ହସ ତୋର ମୋତି ଝରା ଆଲୋ, ସାଧବ-ବୋହୁ (ହୋ, ହୋ, ହୋ) ପ୍ରେମ ସେତିକି ଥାଉ (ହୁଁ, ହୁଁ, ହୁଁ) ଆଲୋ, ସାଧବ-ବୋହୁ, ସେତିକି ଥାଉ ମନ ତୋ ପାଇଁ ଲୋ ଗାରାମାରା ଚାନ୍ଦି ବୋଳା ତୋ ଚାହାଣି ନଜର ମିଶାନି ଆଉ ମରିଯିବିରେ ତୋ ପ୍ରେମରେ ଟିକେ ଖାଲି ଚାହୁଁ-ଚାହୁଁ ଆରେ, ସାଧବ-ରଜା (ହୋ, ହୋ, ହୋ) ଲାଜେ ସେତିକି ଭିଜା ଆରେ, ସାଧବ-ରଜା, ସେତିକି ଭିଜା ମନ ତୋ ପାଇଁ ରେ ଗାରାମାରା ହୋ-ଓ, ଓହୋ, ଓହୋ, ଓହୋ-ଓହୋ ହାଁ-ଆ-ଆହାଁ, ଆହାଁ, ଆହାଁ, ଆହାଁ-ଆହାଁ ଲବଙ୍ଗ ଦ୍ୱୀପର ଲାବଣ୍ୟବତୀ ତୁ ଅଲିଅଳି ଲାଜ-କନ୍ୟା ମିଛରେ ମିଛରେ ଚାହିଁଦେଲେ ଥରେ ମୋ ଛାତିରେ ମହୁ ବନ୍ୟା ହଁ, ଗୋଲାପ ଦେଶର ତୁ ରାଜକୁମାର ରୁପା ବୋଳା ତୋର ପ୍ରେମ ଭଲ ଲାଗୁଛି ରେ, ତୋ ମନ ଗଳିରେ ହବା ପାଇଁ ବଦନାମ ଆଲୋ, କୁହୁକ ରାଣୀ (ହୋ, ହୋ, ହୋ) ଥାଉ ସେତିକି ଗୁଣି (ହୁଁ, ହୁଁ, ହୁଁ) ଆଲୋ, କୁହୁକ ରାଣୀ, ସେତିକି ଗୁଣି ନିଦ, ତୋ ପାଇଁ ଲୋ ଦିଗହରା ହୋ-ଓ, ଓହୋ, ଓହୋ, ଓହୋ-ଓହୋ ହାଁ-ଆ-ଆହାଁ, ଆହାଁ, ଆହାଁ, ଆହାଁ-ଆହାଁ ଏଇ ମୋ ମନର ଫୁଲ ଚାଙ୍ଗୁଡ଼ିରେ ଫୁଲ ତୁ ରେ ଏମିତିକା ମୋ ଓଠ ରଙ୍ଗରେ ସବୁ ପାଖୁଡ଼ାରେ ତୋ ନାଁ ହେଇଛି ରେ ଲେଖା ହୋ, ହାତବୁଣା ତୁ ଲୋ ରେଶମି ରୁମାଲ ଆଖି କରୁ ଝଲମଲ ମନ ହୁଏ କାଇଁ ସବୁ ଭୁଲିଯାଇ କରିବାକୁ ତରେ ଗେଲ? ଆରେ ଅଡୁଆ ସୁତା (ହୋ, ହୋ, ହୋ) ଥାଉ ସେତିକି କଥା (ହୁଁ, ହୁଁ, ହୁଁ) ଆରେ ଅଡୁଆ ସୁତା, ସେତିକି କଥା କହ, "କେବେ ଦବୁ ମୋତେ ଧରା?" ହୋ-ଓ, ଓହୋ, ଓହୋ, ଓହୋ-ହୋହୋ ହୋ-ଓ, ଓହୋ, ଓହୋ, ଓହୋ-ହୋହୋ ହାଁ-ଆ-ଆହାଁ, ଆହାଁ, ଆହାଁ-ଆହାଁ ଲାଲା-ଲାଲା, ଲାଲା, ଲାଲା, ଲାଲା-ଲାଲା
Writer(s): Debasish Mallick (japani) Lyrics powered by www.musixmatch.com
instagramSharePathic_arrow_out