Créditos

INTERPRETAÇÃO
Arabinda Muduli
Arabinda Muduli
Interpretação
COMPOSIÇÃO E LETRA
Arabinda Muduli
Arabinda Muduli
Composição
Jagabandhu Dash
Jagabandhu Dash
Letra

Letra

ଦଧି ନେବ ଦଧି, ହୋ
ଦଧି କେ ନେବ ଗୋ? ଦଧି କେ ନେବ?
ଦଧି କେ ନେବ ଗୋ? ଆସ ଆସ
ବିଳମ୍ବ ନକରି ଆସ ଆସ
ଦଧି କେ ନେବ ଗୋ? ଦଧି କେ ନେବ?
ଦଧି କେ ନେବ ଗୋ? ଆସ ଆସ
ବିଳମ୍ବ ନକରି ଆସ ଆସ
ମଧୁପୁର ଜନେ ଆସ ଆସ
ସବୁଠୁ ସରସ ଏ ଗୋପ ଗୋରସ, ଯା'ର ମହମହ ବାସ
ସବୁଠୁ ସରସ ଏ ଗୋପ ଗୋରସ, ଯା'ର ମହମହ ବାସ ଗୋ
ବିଳମ୍ବ ନକରି ଆସ ଆସ
ମଧୁପୁର ଜନେ ଆସ ଆସ
ସୁଜ୍ଞ ଜନ ମାନେ ଆସ ଆସ
ଏ ଦଧି ରାଶି ଦିନ ଜାଣଇ ବିଧି ବନ୍ଧୁ ଆନ ବା ଜାଣିବ କାହିଁ
ଗୋପପୁର ବିନୁ ତିନି ଭୁବନରେ ପରା ଖୋଜିଲେ ମିଳିବ ନାହିଁ
ଏ ଦଧି ରାଶି ଦିନ ଜାଣଇ ବିଧି ବନ୍ଧୁ ଆନ ବା ଜାଣିବ କାହିଁ
ଗୋପପୁର ବିନୁ ତିନି ଭୁବନରେ ପରା ଖୋଜିଲେ ମିଳିବ ନାହିଁ
ନିତ୍ୟ ସେ ନୂତନ, ନୁହେଁ ପୁରାତନ
ସର୍ବଦା ସମ୍ପୂର୍ଣ ମିଠା
ଏମନ୍ତେ ଅନେକ ଯୁଗ ବିତିଗଲା
କେବେ ହେ ନୋହିଲା ଖଟା ଗୋ
ଗୋପପୁର ଜନେ ଆସ ଆସ
ମଧୁପୁର ଜନେ ଆସ ଆସ
ଦଧି କେ ନେବ ଗୋ? ଆସ, ଆସ
ଏ ଦଧିର ଗୁଣ କହୁଅଛି ଶୁଣ ଏତିକି ଲକ୍ଷଣ ମାନ ଅଛି
ଭାଗ୍ୟ ବଳେ ପାନ କରିଥିଲେ ଆନରସ, ନରୁଚିବ ପରା କିଛି
ଏ ଦଧିର ଗୁଣ କହୁଅଛି ଶୁଣ ଏତିକି ଲକ୍ଷଣ ମାନ ଅଛି
ଭାଗ୍ୟ ବଳେ ପାନ କରିଥିଲେ ଆନରସ, ନରୁଚିବ ପରା କିଛି
ନ ଲାଗିବ କ୍ଷୁଧା, ନ୍ ଲାଗିବ ବାଧା
ତାପ ତୃଷା ହେବ ଶାନ୍ତି
ଦିନୁ ଦିନ ତନୁ ନୂତନ ଦିଶିବ
ଫୁଟିବି ରାଜିବକାନ୍ତି ଗୋ
ମଧୁପୁର ଜନେ ଆସ ଆସ
ସୁଜ୍ଞ ଜନ ମାନେ ଆସ ଆସ
ଭକ୍ତ ଜନ ମାନେ ଆସ ଆସ
ନାନା ପ୍ରେମ ଭକ୍ତି ସେ ଗୋ ପ୍ରଯୁବତୀ ମଥୁରା ନାରୀଙ୍କି କହି କହି
ଦ୍ୱାରେ ଦ୍ୱାରେ ବୁଲି ସକଳ ଆଭିରି ଆନନ୍ଦେ ବିକିଲେ ଖଣ୍ଡ ଦହି
ନାନା ପ୍ରେମ ଭକ୍ତି ସେ ଗୋ ପ୍ରଯୁବତୀ ମଥୁରା ନାରୀଙ୍କି କହି କହି
ଦ୍ୱାରେ ଦ୍ୱାରେ ବୁଲି ସକଳ ଆଭିରି ଆନନ୍ଦେ ବିକିଲେ ଖଣ୍ଡ ଦହି
ସାରି କାରବାର ଯେପରି ଯାହାର ଗୋପରେ ମିଳିଲେ ଶେଷେ
ଗଉର ଚରଣ ଆଶା କରି ପୁଣି ଧାଇଁଛି ଗୋପୀଙ୍କ ପଛେ ଗୋ
ଭକ୍ତ ବନ୍ଧୁ ଗଣେ ଆସ ଆସ
ଦଧି କେ ନେବ ଗୋ? ଆସ ଆସ
ସୁଜ୍ଞ ଜନ ମାନେ ଆସ ଆସ
ଦଧି କେ ନେବ ଗୋ? ଦଧି କେ ନେବ?
ଦଧି କେ ନେବ ଗୋ? ଦଧି କେ ନେବ?
ବିଳମ୍ବ ନକରି ଆସ ଆସ
ଗୋପପୁର ଜନେ ଆସ ଆସ
ମଧୁପୁର ଜନେ ଆସ ଆସ
ସୁଜ୍ଞ ଜନ ମାନେ ଆସ ଆସ
ଭକ୍ତ ଜନ ମାନେ ଆସ ଆସ
ମଧୁପୁର ଜନେ ଆସ ଆସ
ଦଧି କେ ନେବ ଗୋ? ଆସ ଆସ
Written by: Arabinda Muduli, Jagabandhu Dash
instagramSharePathic_arrow_out

Loading...