Créditos
PERFORMING ARTISTS
Mohammed Aziz
Performer
COMPOSITION & LYRICS
Akshaya Mohanty
Composer
Devdas Chhataray
Songwriter
Letra
ରୂପା ଶଗଡ଼ିରେ ସୁନା-କନିଆ
ରୂପା ଶଗଡ଼ିରେ ସୁନା-କନିଆ
ନୁଆଁ ଜହ୍ନପରି ଛନଛନିଆ
ନୁଆଁ ଜହ୍ନପରି ଛନଛନିଆ
ତାକୁ ପାଇବ ଯିଏ, ଗୋପେ ବଢୁଛି ସିଏ
ତାକୁ ପାଇବ ଯିଏ, ଗୋପେ ବଢୁଛି ସିଏ
ଆଖି ମିଟିକା ମାରୁଛି ଏକା କାଳିଆ
ରୂପା ଶଗଡ଼ିରେ ସୁନା-କନିଆ
ରୂପା ଶଗଡ଼ିରେ ସୁନା-କନିଆ
ସୁନା କନିଆ ମୋ ଗଜ-ମୁକୁତା
ଚନ୍ଦନ ଟୋପାକୁ ନାଲି ଅଳତା
ସୁନା କନିଆ ମୋ ଗଜ-ମୁକୁତା
ଚନ୍ଦନ ଟୋପାକୁ ନାଲି ଅଳତା
ସପନ ଦୀପରେ ଆଶା ସଳିତା
ମୋ ସାଙ୍ଗେ ଖେଳୁଛି ଜଳିଜଳିକା
ସପନ ଦୀପରେ ଆଶା ସଳିତା
ମୋ ସାଙ୍ଗେ ଖେଳୁଛି ଜଳିଜଳିକା
କାଳେ ପବନ ହବ, କାଳେ ଲିଭିସେ ଯିବ
କାଳେ ପବନ ହବ, କାଳେ ଲିଭିସେ ଯିବ
ଭାବି-ଭାବି ମନ ଆଜି ଉଚ୍ଛନ କିଆଁ?
ରୂପା ଶଗଡ଼ିରେ ସୁନା-କନିଆ
ରୂପା ଶଗଡ଼ିରେ ସୁନା-କନିଆ
ସୁନା କନିଆର କାଉଁରୀ ମୁହଁ
ସୁନେଲି ହସକୁ ରୂପେଲି ଲୁହ
ସୁନା କନିଆର କାଉଁରୀ ମୁହଁ
ସୁନେଲି ହସକୁ ରୂପେଲି ଲୁହ
ସମୟ କହୁଚି ତୁଟାଇ ମୋହ
ବେଳ ଥାଉ-ଥାଉ ଲେଉଟି ଯାଅ
ସମୟ କହୁଚି ତୁଟାଇ ମୋହ
ବେଳ ଥାଉ-ଥାଉ ଲେଉଟି ଯାଅ
କାଳେ କୁହୁଡ଼ି ହବ, ବାଟ ଦେଖା ନଯିବ
କାଳେ କୁହୁଡ଼ି ହବ, ବାଟ ଦେଖା ନଯିବ
କାଳେ ମେଘ ଢାଙ୍କିଦବ ଚନ୍ଦ୍ର ଉଦିଆ
ରୂପା ଶଗଡ଼ିରେ ସୁନା-କନିଆ
ରୂପା ଶଗଡ଼ିରେ ସୁନା-କନିଆ
ନୁଆଁ ଜହ୍ନପରି ଛନଛନିଆ
ନୁଆଁ ଜହ୍ନପରି ଛନଛନିଆ
ତାକୁ ପାଇବ ଯିଏ, ଗୋପେ ବଢୁଛି ସିଏ
ତାକୁ ପାଇବ ଯିଏ, ଗୋପେ ବଢୁଛି ସିଏ
ଆଖି ମିଟିକା ମାରୁଛି ଏକା କାଳିଆ
Written by: Akshaya Mohanty, Devdas Chhataray

