album cover
Urvasi
2,394
Regional Indian
Urvasi was released on December 7, 2021 by Influx Music - Amara Muzik as a part of the album Urvasi - Single
album cover
Release DateDecember 7, 2021
LabelInflux Music - Amara Muzik
Melodicness
Acousticness
Valence
Danceability
Energy
BPM75

Music Video

Music Video

Credits

PERFORMING ARTISTS
Abinash Dash
Abinash Dash
Performer
COMPOSITION & LYRICS
Satya Ranjan Bal
Satya Ranjan Bal
Songwriter

Lyrics

ମୋ କଲମର ସବୁ स्याही
କମ୍ ପଡିଯିବ ତୋ ପାଇଁ
କରିବାକୁ ଗଲେ ତୁଳନା ତୋହର
ହଁ, ରୂପ, ରଙ୍ଗ ଅବା ଗୁଣେ
ନାହିଁ ତୋ ପରିକା କେହି ଜଣେ
ଗୋଟା ପଣେ ମନ ମୋହିନଉ ମୋର
କୁହୁକିନୀ ତୋ ଦୁଇ ନୟନ
କରିଦିଏ ମୋତେ ସମ୍ମୋହନ
ତୋ କଥା ଆଉ ତୋ ହସ
ହାଏ, ଲୁଟି ନିଏ ମୋର ମନ
ଅଦିନରେ ହୃଦୟରେ ଯାଏ ମହୁ ବରଷି
ସତ କହ ତୁ ଝିଅ ନା ଉର୍ବସୀ
ତୋ ପ୍ରେମର ମାୟା ଜାଲେ ଗଲି ମୁଁ ଫସି
ସତ କହ ତୁ ଝିଅ ନା ଉର୍ବସୀ
ତୋ ପ୍ରେମର ମାୟା ଜାଲେ ଗଲି ମୁଁ ଫସି
ଗଲି ମୁଁ ଫସି
ରା-ରା-ରା-ରି-ରା-ରି-ରେ
ରା-ରି-ରା-ରି-ରେ, ରା-ରି-ରେ
ରା-ରି-ରେ-ରା-ରି-ରା-ରି-ରେ, ରା-ରି-ରେ
ଯେତେଥର ମୋ ନଜର ତୋ ଉପରେ ପଡ଼ିଯାଏ
ତୋ ଲାଗି ମୋ ମନେ ପ୍ରେମ ସେତେ ବେସି ବଢ଼ିଯାଏ
ହସିପଦେ କହିଲେ ତୁ ହୋସ୍ ମୋ ଉଡ଼ିଯାଏ
ତୋ ଛୁଆଁରେ ନ ପିଇକି ବି ନିଶା ମତେ ଚଢ଼ିଯାଏ
ତୋ ସଜବାଜ, ତୋ शृङ्गार
କରିଦିଏ ରେ ମୋତେ ବିଭୋର
ମୋ ନିଶ୍ବାସେ ଖେଳେ ଲହରୀ
ହାଏ, ମହକ ତୋ ଦେହର
ସତ ଅବା ସପନ ତୁ, ଭାବେ ରେ ମୁଁ ବସି
ସତ କହ ତୁ ଝିଅ ନା ଉର୍ବସୀ
ତୋ ପ୍ରେମର ମାୟା ଜାଲେ ଗଲି ମୁଁ ଫସି
ସତ କହ ତୁ ଝିଅ ନା ଉର୍ବସୀ
ତୋ ପ୍ରେମର ମାୟା ଜାଲେ ଗଲି ମୁଁ ଫସି
ଗଲି ମୁଁ ଫସି
ହଁ, କଳାମେଘି କେଶ ତୋର ଉଡ଼େ ଯେବେ ପବନରେ
ସାତରଙ୍ଗୀ ଇନ୍ଦ୍ରଧନୁ ଖେଳିଯାଏ ମୋ ମନରେ
ଫୁଲ ପକା ଓଢ଼ଣୀ ତୋ ବାଜିଲେ ମୋ ଦେହେ ଆସି
ଲାଗେ ସତେ ଛାତି ତଳୁ କଲିଜା ମୋ ଯାଏ ଖସି
ତୁ ଉପରଠୁ ତଳ ଯାଏଁ
ଗୋଟେ ଚାଉଳରେ ଗଢା ହାଏ
ଯେତେ ଦେଖିଲେ ତୋତେ ନିରିଖି
ପୁଣି ଦେଖିବାକୁ ଇଚ୍ଛା ହୁଏ
ପରୀଟେ ତୁ ନୁହେଁ ସତ, ପରୀଠୁ ବି ବେସି
ସତ କହ ତୁ ଝିଅ ନା ଉର୍ବସୀ
ତୋ ପ୍ରେମର ମାୟା ଜାଲେ ଗଲି ମୁଁ ଫସି
ସତ କହ ତୁ ଝିଅ ନା ଉର୍ବସୀ
ତୋ ପ୍ରେମର ମାୟା ଜାଲେ ଗଲି ମୁଁ ଫସି
ଗଲି ମୁଁ ଫସି
Written by: Satya Ranjan Bal
instagramSharePathic_arrow_out􀆄 copy􀐅􀋲

Loading...