Credits
PERFORMING ARTISTS
Humane Sagar
Performer
COMPOSITION & LYRICS
Jn Padma
Composer
Nilu
Lyrics
Lyrics
ତୁ ଯେମିତି ଭାଙ୍ଗିଦେଲୁ ମୋ ହ୍ରୁଦୟ, ତୁ ସେମିତି ଭାଙ୍ଗିଯିବୁ
ତୁ ଯେମିତି ଜାଳିଦେଲୁ ମୋ ମନକୁ, ତୁ ସେମିତି ଜଳିଯିବୁ

ଓ ପ୍ରିୟା ରେ, ଜଳେ ନିଆଁରେ
ଓ ପ୍ରିୟା ରେ, ଜଳେ ନିଆଁରେ
ତୋ ପାଇଁ ଆଜି ମୁଁ...
ମୁଁ ଯେମିତି କୁଆଁରା ରହିଗଲି, ତୁ ସେମିତି କୁଆଁରୀ ରହିଯିବୁ

ଜାଣି ମୁଁ ନଥିଲି ପ୍ରେମର ମାନେ, ଏ ମିତିକା ହବ ବୋଲି
ତୋ ସାଥିରେ ମୁଁ ବାଟ ଚାଲୁ ଚାଲୁ, ବାଟ ବଣା ହେବି ବୋଲି
କି ଦିନ କି ରାତି, କି ଖରା କି ତାତି, ସବୁଥିରେ ତୋ ସ୍ମୃତି
କେମିତି ଭୁଲିବି ପ୍ରିୟା ତୁ କହଲୋ? ତୋର ସେଇ ପ୍ରତୀଶ୍ରୁତି
ଓ ପ୍ରିୟା ରେ, ଭୁଲି ଗଲୁରେ
ଓ ପ୍ରିୟା ରେ, ଭୁଲି ଗଲୁରେ
ବଞ୍ଚି ପାରୁନି ମୁଁ...
ମୁଁ ଯେମିତି କୁଆଁରା ରହିଗଲି, ତୁ ସେମିତି କୁଆଁରୀ ରହିଯିବୁ
ମୁଁ ଯେମିତି କୁଆଁରା ରହିଗଲି, ତୁ ସେମିତି କୁଆଁରୀ ରହିଯିବୁ
ମନ ରାଇଜରେ ଗଢ଼ିଥିଲି ଘର, ପ୍ରିୟା ତୁ ରହିବୁ ବୋଲି
ବାଲିଘର ପରି ମନ ତୁ ଭାଙ୍ଗିଲୁ, ହସ ନାହିଁ ଲୁହ ଖାଲି
ହୋ, ଗୋଲାପି ଓଠ ରେ ଥିଲା ତୋର ବିଷ, ମୁଁ ଜାଣି ପାରିଲିନି
ବିଶ୍ୱାସ ଭାଙ୍ଗି ତୁ ହେଲୁ ସ୍ୱାର୍ଥପରଜ଼ ତତେ କେବେ ଭୁଲିବିନି
ଓ ପ୍ରିୟା ରେ, ତୋ ପାଇଁ ରେ
ଓ ପ୍ରିୟା ରେ, ତୋ ପାଇଁ ରେ
ଯାଯାବର ହେଲି ମୁଁ...
ମୁଁ ଯେମିତି କୁଆଁରା ରହିଗଲି, ତୁ ସେମିତି କୁଆଁରୀ ରହିଯିବୁ
ମୁଁ ଯେମିତି କୁଆଁରା ରହିଗଲି, ତୁ ସେମିତି କୁଆଁରୀ ରହିଯିବୁ
ମୁଁ ଯେମିତି କୁଆଁରା ରହିଗଲି, ତୁ ସେମିତି କୁଆଁରୀ ରହିଯିବୁ
Written by: Jn Padma, Nilu