Music Video

Music Video

Credits

PERFORMING ARTISTS
Amrita Nayak
Amrita Nayak
Performer
COMPOSITION & LYRICS
Jn Padma
Jn Padma
Composer
Nilu
Nilu
Lyrics

Lyrics

ତୁ ଯେମିତି ଭାଙ୍ଗିଦେଲୁ ମୋ ହ୍ରୁଦୟ, ତୁ ସେମିତି ଭାଙ୍ଗିଯିବୁ
ତୁ ଯେମିତି ଜାଳିଦେଲୁ ମୋ ମନକୁ, ତୁ ସେମିତି ଜଳିଯିବୁ
ତୁ ଯେମିତି ଭାଙ୍ଗିଦେଲୁ ମୋ ହ୍ରୁଦୟ, ତୁ ସେମିତି ଭାଙ୍ଗିଯିବୁ
ତୁ ଯେମିତି ଜାଳିଦେଲୁ ମୋ ମନକୁ, ତୁ ସେମିତି ଜଳିଯିବୁ
ଓ ସାଥି ରେ, ଜଳେ ନିଆଁରେ
ଓ ସାଥି ରେ, ଜଳେ ନିଆଁରେ
ତୋ ପାଇଁ ଆଜି ମୁଁ...
ମୁଁ ଯେମିତି କୁଆଁରୀ ରହିଗଲି, ତୁ ସେମିତି କୁଆଁରା ରହିଯିବୁ
ମୁଁ ଯେମିତି କୁଆଁରୀ ରହିଗଲି, ତୁ ସେମିତି କୁଆଁରା ରହିଯିବୁ
କଣ୍ଢେଇ ଭାବି ତୁ ଖେଳିଲୁ ମୋ ସାଥେ, ମୁଁ ଜାଣି ପାରିଲିନି
ତୋ ସାଥିରେ ମୁଁ ବାଟ ଚାଲୁ ଚାଲୁ, ବାଟ ବଣା ହେଇ ଗଲି
କି ଦିନ କି ରାତି, କି ଖରା କି ତାତି, ସବୁଥିରେ ତୋ ସ୍ମୃତି
କେମିତି ଭୁଲିବି ସାଥି ତୁ କହ ରେ? ଦେଇ ମୋତେ ପ୍ରତୀଶ୍ରୁତି
ହେଇଗଲୁ ରେ, ବେଇମାନ ରେ
ହେଇଗଲୁ ରେ, ବେଇମାନ ରେ
କେମିତି କହ ତୁ...
ମୁଁ ଯେମିତି କୁଆଁରୀ ରହିଗଲି, ତୁ ସେମିତି କୁଆଁରା ରହିଯିବୁ
ମୁଁ ଯେମିତି କୁଆଁରୀ ରହିଗଲି, ତୁ ସେମିତି କୁଆଁରା ରହିଯିବୁ
ତୋ ମନର ରାଣୀ କରିଥିଲୁ ମୋତେ, ହ୍ରୁଦୟରେ ଜାଗା ଦେଇ
ଏମିତି ଭାଙ୍ଗିଲୁ ହ୍ରୁଦୟକୁ ମୋର, ପାରୁନି ରେ ମୁଁ ଯୋଡ଼ି
ଭଙ୍ଗା ହ୍ରୁଦୟରେ କେମିତି ବଞ୍ଚିବି? ତୋ'ଠାରୁ ଅଲଗାହେଇ
ମରିବାକୁ ଇଚ୍ଛା ହଉଛି ହେଲେ ରେ, ମୁଁ ମରି ପାରୁନାହିଁ
ଓ ସାଥିରେ, ଜାଣିଗଲି ରେ
ଓ ସାଥିରେ, ଜାଣିଗଲି ରେ
ହ୍ରୁଦୟହୀନ ତୁ...
ମୁଁ ଯେମିତି କୁଆଁରୀ ରହିଗଲି, ତୁ ସେମିତି କୁଆଁରା ରହିଯିବୁ
ମୁଁ ଯେମିତି କୁଆଁରୀ ରହିଗଲି, ତୁ ସେମିତି କୁଆଁରା ରହିଯିବୁ
ମୁଁ ଯେମିତି କୁଆଁରୀ ରହିଗଲି, ତୁ ସେମିତି କୁଆଁରା ରହିଯିବୁ
Written by: Jn Padma, Nilu
instagramSharePathic_arrow_out

Loading...