album cover
Tora E Hasare
album cover
Tora E Hasare was released on January 1, 2006 by Sarthak Music Pvt. Ltd. as a part of the album Pagala Premi - EP
ReleasedJanuary 1, 2006
LabelSarthak Music Pvt. Ltd.
BPM97
Melodicness
Acousticness
Valence
Danceability
Energy

Music Video

Music Video

Lyrics

ତୋର ଏ ହସରେ ଆଜି
ହଁ ଝରୁଛି, ମିଠା ପ୍ରେମର ଗୀତଟି
ତୋର ଏ ପାଉଁଜି ଆଜି
ହଁ ନାଚୁଛି, ନୂଆ ପ୍ରେମର ନାଚଟି
ଆଖିରେ ଆଖିଏ ସପନର ମେଳା
ଜୀବନକୁ ମୋର କରିଛି ରଙ୍ଗିଲା
ସାଥି ରେ ସାଥି, ତୁ ସବୁଦିନ ଆ'
ତୁ ଥିଲେ ପାଖେ ମୋର ସବୁ ସପନ ସୁନ୍ଦର
ସବୁ ଋତୁ ବି ଫଗୁଣ ମୋରି ପାଇଁ
ପ୍ରେମ ଏକ ଫୁଲ ବଣ, ପକେଇଦେଇଛି ରାଣ
ସବୁ ଦିନ ଫୁଲଟିଏ ତୋଳିବା ପାଇଁ
ହୁଁ, ମୁଁ ନୀରବରେ ବାଟ ଚାଲୁଥିଲେ
ରଙ୍ଗ ବେରଙ୍ଗର ଫୁଲ ଝରି ପଡ଼େ
ଖୁସିର ଜୁଆର ଭାଙ୍ଗେ ବନ୍ଧ ବାଡ଼
ମନ ପ୍ରଜାପତି ଆକାଶରେ ଉଡ଼େ
ତୁ କି ଦେଖିନୁ ତୋ ପାପୁଲିରେ
ସରଗ ହସୁଛି ସୁନାର ରଙ୍ଗରେ?
ସାଥି ରେ ସାଥି, ତୁ ପାଖେ ପାଖେ ଥା'
ତୁ ଥିଲେ ପାଖେ ମୋର ବୈଶାଖ ଲାଗେ ବସନ୍ତ
ପବନ ବି ଗାଏ ଗୀତ ସାତ ସୁରରେ
ପ୍ରେମ ଏକ ରଙ୍ଗ ଖେଳ, ସାତ ରଙ୍ଗର ଅବିର
ବୋଳି ଦେଇଯାଏ ମୋର ସାରା ଦେହରେ
ହୋ, ତୁ ମୋର ଭାଗ୍ୟ, ତୁ ମୋର ସ୍ୱର୍ଗ
ତୁ ମୋ ପାଇଁ ପରା ମୁକ୍ତାଝରା ମେଘ
ତୋ ପାଇଁ ଦିନ ଗୋଲାପୀ ଗୋଲାପୀ
ତୋ ପାଇଁ ମୋ ରାତି ଇନ୍ଦ୍ରଧନୁ ରଙ୍ଗ
ତୁ ମୋ ଆଖିର ନିଧଡ଼କ ନିଦ
ତୁ ମୋ ଛାତିର ଗୋପନ ସମ୍ପଦ
ସାଥି ରେ ସାଥି, ତୁ ଛାତି ତଳେ ଥା'
ତୁ ଥିଲେ ପାଖେ ମୋର ଜିତିଯିବି ସବୁ ଖେଳ
ହାରିଲେ ବି ଦୁଃଖ ଜମା କରିବି ନାହିଁ
ପ୍ରେମ ଥିଲେ ପାଖେ ମୋର ଆସିଲେ ଯେତେ ଅନ୍ଧାର
ବାଟ ଚାଲୁଥିବି ସାଙ୍ଗେ ଜହ୍ନକୁ ନେଇ
Written by: Basantaraj Samal, Manmath Mishra

Loading...