音乐视频

音乐视频

制作

出演艺人
Abhijit Majumdar
Abhijit Majumdar
表演者
作曲和作词
Abhijit Majumdar
Abhijit Majumdar
作曲
Nirmala Nayak
Nirmala Nayak
词曲作者

歌词

ମାନନୀୟ ଜଗନ୍ନାଥ ଆହେ ମାନ୍ୟବର
ମଞ୍ଜୁର କରହେ ଛୁଟି ଦରଖାସ୍ତ ମୋର
ମାନନୀୟ ଜଗନ୍ନାଥ ଆହେ ମାନ୍ୟବର
ମଞ୍ଜୁର କରହେ ଛୁଟି ଦରଖାସ୍ତ ମୋର
ମାନନୀୟ ଜଗନ୍ନାଥ
ମାନନୀୟ ଜଗନ୍ନାଥ ଆହେ ମାନ୍ୟବର
ମଞ୍ଜୁର କରହେ ଛୁଟି ଦରଖାସ୍ତ ମୋର
ଜଞ୍ଜାଳ ଜାଳରେ ହେଲିଣି ଘାଣ୍ଟି
ଏଥର ମଣିମା ଦିଓହେ ଛୁଟି
ଆଗେ ଭତ୍ତା ନେବି ସ୍ୱର୍ଗ ଦ୍ୱାରେ ଏହି ଦୟା କର
ମାନନୀୟ ଜଗନ୍ନାଥ ଆହେ ମାନ୍ୟବର
ମଞ୍ଜୁର କରହେ ଛୁଟି ଦରଖାସ୍ତ ମୋର
କେବେ ଫୁଲମାଳ କେବେ କରତାଲି
କେବେ ଶୁଣି ଲୋକ ନିନ୍ଦା
ଆପଣା କରମ କାନ୍ଧରେ କାନ୍ଧେଇ
ବାଟ ରହିଗଲା ଅଧା
କେବେ ଫୁଲମାଳ କେବେ କରତାଲି
କେବେ ଶୁଣି ଲୋକ ନିନ୍ଦା
ଆପଣା କରମ କାନ୍ଧରେ କାନ୍ଧେଇ
ବାଟ ରହିଗଲା ଅଧା
ଚାଲି ପାରୁନାହିଁ ଗଲିନି ଥକି
ମୋ ନାମରେ ଏବେ ପକାଅ ଛକି
ଏବେ ଜୀବନ କାନ୍ଥରୁ ଏବେ ଟାଣିଦିଓ ଗାର
ମାନନୀୟ ଜଗନ୍ନାଥ ଆହେ ମାନ୍ୟବର
ମଞ୍ଜୁର କରହେ ଛୁଟି ଦରଖାସ୍ତ ମୋର
ବୟସ ଢଳିଲା ଯଉବନ ଗଲା
ବଳିଛି ଅଢେ଼ଇ ଦିନ
ମତେ ଲାଗେ ଆଉ ଏଇ ଜନମରେ
ମୋ ହାତରେ ନାହିଁ ପୁଣ୍ୟ
ବୟସ ଢଳିଲା ଯଉବନ ଗଲା
ବଳିଛି ଅଢେ଼ଇ ଦିନ
ମତେ ଲାଗେ ଆଉ ଏଇ ଜନମରେ
ମୋ ହାତରେ ନାହିଁ ପୁଣ୍ୟ
ବିନୀତ ଅନୁରୋଧ ହେ ମୋହଦୟ
ଆଉଥରେ ତୁମେ ଧାମେ ଜନ୍ମ ଦିଅ
ଇତି ତୁମ ଆଜ୍ଞାଧୀନ ଚରଣ କୀଙ୍କର
ମାନନୀୟ ଜଗନ୍ନାଥ ଆହେ ମାନ୍ୟବର
ମଞ୍ଜୁର କରହେ ଛୁଟି ଦରଖାସ୍ତ ମୋର
ମାନନୀୟ ଜଗନ୍ନାଥ
ମାନନୀୟ ଜଗନ୍ନାଥ ଆହେ ମାନ୍ୟବର
ମଞ୍ଜୁର କରହେ ଛୁଟି ଦରଖାସ୍ତ ମୋର
ଜଞ୍ଜାଳ ଜାଳରେ ହେଲିଣି ଘାଣ୍ଟି
ଏଥର ମଣିମା ଦିଓହେ ଛୁଟି
ଆଗେ ଭତ୍ତା ନେବି ସ୍ୱର୍ଗ ଦ୍ୱାରେ ଏହି ଦୟା କର
ମାନନୀୟ ଜଗନ୍ନାଥ ଆହେ ମାନ୍ୟବର
ମଞ୍ଜୁର କରହେ ଛୁଟି ଦରଖାସ୍ତ ମୋର
ମଞ୍ଜୁର କରହେ ଛୁଟି ଦରଖାସ୍ତ ମୋର
Written by: Abhijit Majumdar, Nirmala Nayak
instagramSharePathic_arrow_out

Loading...