制作

出演艺人
Asad Nizam
Asad Nizam
表演者
Kuldeep Pattanaik
Kuldeep Pattanaik
表演者
Ranjan Nayak
Ranjan Nayak
表演者
Aseema Panda
Aseema Panda
表演者
作曲和作词
Asad Nizam
Asad Nizam
作曲
Ranjan Nayak
Ranjan Nayak
词曲作者
制作和工程
Naveen Bhandari
Naveen Bhandari
制作人
Pritam Sahu
Pritam Sahu
制作人

歌词

ସତ ଆଉ ଭାବନାର
ଯେବେ ମିଶିଥିଲା ଆଖିଠାର
ଦେଖାହେଲା ତୋ ସାଥେ, ହେଲା ତୋ ସାଥେ
ଚାନ୍ଦ ଆଉ ଚାନ୍ଦିନୀର
ଯେବେ ଗଢ଼ାହେଲା ପ୍ରେମଘର
ମନ ଦେଲି ମୁଁ ତତେ, ଦେଲି ମୁଁ ତତେ
ମୁଁ ହେଲେ ମହ୍ଲାର, ମୟୁରୀ ତୁ ମୋର
କେବେ କହ ରେ ଭିଜିବୁ
ଭାବନାରେ ତୋର, ଭିଜିବାର ବାର
କେବେ ସତରେ ଆସିବୁ?
କହିବା ଆଗରୁ, ବୁଝା ପଡ଼ିଗଲା
ଏମିତି ଆମର ଏଇ ସଂଯୋଗ
ତୁ ଆସମାନି ପରୀଟିଏ
ମୁଁ ଆନମନା ପାଗ
ତୁ ଅଦିନିଆ ମଉସୁମି
ମୁଁ ଅସରା ମେଘ
ମୁଁ ଆସମାନି ପରୀଟିଏ
ତୁ ଆନମନା ପାଗ
ମୁଁ ଅଦିନିଆ ମଉସୁମି
ତୁ ଅସରା ମେଘ
ପାଇ ତୋ ଆଭାସ ଆଜି
ଅଚିହ୍ନା ଲାଗେ ରେ ମାଟି
ପାଦ ମୋର ହେଇଯାଏ ଆକାଶ ଛୁଆଁ
ତୋ ସାଥିରେ ହେଲେ କଥା
ପଡ଼େନାହିଁ ଆଖିପତା
ଆଜିକାଲି ସବୁରାତି ସପନ ଧୂଆଁ
ରାତିରୁ ସପନ ତୋ ପାଇଁ ଛଗୁଣ
ଏମିତି ନାୟିକାଟେ ତୁ
ହଁ, ତୁ ବି ଏମିତି ଅବୁଝା ନାୟକ
କେମିତି ମନେଇବି ମୁଁ?
ଋତୁରେ, ରାତିରେ, ମାସରେ, ତିଥିରେ
ଦେଇ ଯାଉଥା ନୂଆ ସରାଗ
ତୁ ଆସମାନି ପରୀଟିଏ
ମୁଁ ଆନମନା ପାଗ
ତୁ ଅଦିନିଆ ମଉସୁମି
ମୁଁ ଅସରା ମେଘ
ହଁ, ମୁଁ ଆସମାନି ପରୀଟିଏ
ତୁ ଆନମନା ପାଗ
ମୁଁ ଅଦିନିଆ ମଉସୁମି
ତୁ ଅସରା ମେଘ
ଦୁନିଆଁଠୁ ବହୁଦୂରେ ସୀମାହୀନ ଆକାଶରେ
ରଚିଦବା ଆମେ ଗୋଟେ ନୂଆ ପୃଥିବୀ
ହୁଁ, ସେଇ ଆକାଶଟା ସାରା
ଅଙ୍କାଥିବ ତୋ ଚେହେରା
ଯେତେ ଦୂର ଯିବ ଆଖି ତତେ ଦେଖିବି
ଶହେ-ପୁନେଇର ମଧୁ ମିଳନରେ
ଝଲସେ ପ୍ରେମ ଆମରି
ସେହି ପ୍ରେମ କେବେ ସରିଯିବ ନାହିଁ
ଜୀବନ୍ତ ଥିବ ଏପରି
କେହି ବି କାହାଠୁ ଅଲଗା ହବାନି
ଆସିଲେ ଯେତେ ଚନ୍ଦ୍ର ପରାଗ
ମୁଁ ଆସମାନି ପରୀଟିଏ
ତୁ ଆନମନା ପାଗ
ମୁଁ ଅଦିନିଆ ମଉସୁମି
ତୁ ଅସରା ମେଘ
ତୁ ଆସମାନି ପରୀଟିଏ
ମୁଁ ଆନମନା ପାଗ
ତୁ ଅଦିନିଆ ମଉସୁମି
ମୁଁ ଅସରା ମେଘ
Written by: Asad Nizam, Ranjan Nayak
instagramSharePathic_arrow_out

Loading...