積分
演出藝人
Chitta Jena
演出者
製作與工程團隊
Tips Industries Ltd
製作人
歌詞
ଦେଖ ହସି-ହସି ରସେ ରସି-ରସି
ଦୁଇ ଭୁଜ ବିସ୍ତାରିକି ଭଙ୍ଗୀରେ
ଦେଖ ହସି-ହସି ରସେ ରସି-ରସି
ଦୁଇ ଭୁଜ ବିସ୍ତାରିକି ଭଙ୍ଗୀରେ
ଚଢ଼ି ନନ୍ଦିଘୋଷ ରଥ ଆସୁଛି କାଳିଆ
ପୀରତି ବାଣ୍ଟିବା ପାଇଁ ରେ
ଦେଖ ହସି-ହସି ରସେ ରସି-ରସି
ଦୁଇ ଭୁଜ ବିସ୍ତାରିକି ଭଙ୍ଗୀରେ
ଦେଖ ହସି-ହସି ରସେ ରସି-ରସି
ଦୁଇ ଭୁଜ ବିସ୍ତାରିକି ଭଙ୍ଗୀରେ
ଜନସମୁଦ୍ରରେ ଭାସୁଛି ସତେ ରଙ୍ଗରଙ୍ଗିଆ ବୋଇତ
"କର ତ୍ରାହି-ତ୍ରାହି ହେ ଭାବଗ୍ରାହୀ" ରଡ଼ି ଛାଡନ୍ତି ଭକତ
ଜନସମୁଦ୍ରରେ ଭାସୁଛି ସତେ ରଙ୍ଗରଙ୍ଗିଆ ବୋଇତ
"କର ତ୍ରାହି-ତ୍ରାହି ହେ ଭାବଗ୍ରାହୀ" ରଡ଼ି ଛାଡନ୍ତି ଭକତ
ହୁଅନ୍ତି ବାଉଳା ହାତେ ଠେଲାପେଲା
ହୁଅନ୍ତି ବାଉଳା ହାତେ ଠେଲାପେଲା
ଦଉଡି ଭିଡ଼ିବା ପାଇଁ ରେ
ଦେଖ ହସି-ହସି ରସେ ରସି-ରସି
ଦୁଇ ଭୁଜ ବିସ୍ତାରିକି ଭଙ୍ଗୀରେ
ଦେଖ ହସି-ହସି ରସେ ରସି-ରସି
ଦୁଇ ଭୁଜ ବିସ୍ତାରିକି ଭଙ୍ଗୀରେ
ଯୋଡିଏ ହାତକୁ କୋଟି-କୋଟି ହାତ
ମାଗନ୍ତି ହାତ ପକାଇ
କାହାକୁ କେତେ ସେ ଦେଉଛି ପୀରତି
ଦେବଙ୍କୁ ଗୋଚର ନାହିଁ
ଯୋଡିଏ ହାତକୁ କୋଟି-କୋଟି ହାତ
ମାଗନ୍ତି ହାତ ପକାଇ
କାହାକୁ କେତେ ସେ ଦେଉଛି ପୀରତି
ଦେବଙ୍କୁ ଗୋଚର ନାହିଁ
କଣିକାଏ ଯିଏ ପାଇଲା ସେ ହାତୁ
କଣିକାଏ ଯିଏ ପାଇଲା ସେ ହାତୁ
ତା ଭାଗ୍ୟ ତୁଳନା କାହିଁ ରେ
ଦେଖ ହସି-ହସି ରସେ ରସି-ରସି
ଦୁଇ ଭୁଜ ବିସ୍ତାରିକି ଭଙ୍ଗୀରେ
ଦେଖ ହସି-ହସି ରସେ ରସି-ରସି
ଦୁଇ ଭୁଜ ବିସ୍ତାରିକି ଭଙ୍ଗୀରେ
ଚଢ଼ି ନନ୍ଦିଘୋଷ ରଥ ଆସୁଛି କାଳିଆ
ପୀରତି ବାଣ୍ଟିବା ପାଇଁ ରେ
ଦେଖ ହସି-ହସି ରସେ ରସି-ରସି
ଦୁଇ ଭୁଜ ବିସ୍ତାରିକି ଭଙ୍ଗୀରେ
ଦେଖ ହସି-ହସି ରସେ ରସି-ରସି
ଦୁଇ ଭୁଜ ବିସ୍ତାରିକି ଭଙ୍ଗୀରେ
ଦେଖ ହସି-ହସି ରସେ ରସି-ରସି
ଦୁଇ ଭୁଜ ବିସ୍ତାରିକି ଭଙ୍ଗୀରେ
ଦେଖ ହସି-ହସି ରସେ ରସି-ରସି
ଦୁଇ ଭୁଜ ବିସ୍ତାରିକି ଭଙ୍ଗୀରେ
ଦେଖ ହସି-ହସି ରସେ ରସି-ରସି
ଦୁଇ ଭୁଜ ବିସ୍ତାରିକି ଭଙ୍ଗୀରେ
Written by: Prafulla Kar, Sibu