Music Video

Credits

PERFORMING ARTISTS
Gaurav Anand
Gaurav Anand
Performer
Babushaan Mohanty
Babushaan Mohanty
Performer
COMPOSITION & LYRICS
Gaurav Anand
Gaurav Anand
Composer
Jay Prakash Nayak
Jay Prakash Nayak
Songwriter

Lyrics

ମୋତେ ଦେଖାଦିଅ କି ତୁମେ ରତ-ରତ ସଞ୍ଜବେଳରେ? ତୁମେ ଆଉ କେହି ନୁହେଁ ମୋ ନିଛାଟିଆ ମନର ଛାଇ ଯେବେ ସୁରୁଜ ସୋଇଯାଏ ମସିଣା ପାରି ଲୁହ-ବତୁରା ତକିଆକୁ ଛାତିରେ ଧରି ଏଇ ମନ ଜାଗିରହେ ତାରାଟେ ହେଇ ନିଜ ସାଥେ ହିଁ ତାର ଭାରି ଲଢ଼େଇ ମୋତେ ଦେଖାଦିଅ କି ତୁମେ ରତ-ରତ ସଞ୍ଜବେଳରେ? ତୁମେ ଆଉ କେହି ନୁହେଁ ମୋ ନିଛାଟିଆ ମନର ଛାଇ ବୁଲା-ଫକୀର ହେଇ ମୁଁ ଚାଲେ, ପାହାଡ଼ ଛାଇରେ ମୋ ଝୁଲା ମୁଣିକୁ ଭରିଦେଲ, ତୁମେ ଅନିଚ୍ଛାରେ ଏ ବିଜୁଳି ଆଲୁଅରେ ନିଜ ମୁହଁ ଖୋଜି ଦେଖ ଅଣଦେଖା କରିଚ ଯାହାକୁ, ସେ ବୋଧେ ତୁମର ତୁହାକୁ ତୁହା ବର୍ଷା-ଲୁହ ହୋଇ ବୋହେ ରେ ଅସର ପଡେନି, ହେଲେ କାଇଁ କହେ ରେ? ମୋତେ ଦେଖାଦିଅ କି ତୁମେ ରତ-ରତ ସଞ୍ଜବେଳରେ? ତୁମେ ଆଉ କେହି ନୁହେଁ ମୋ ନିଛାଟିଆ ମନର ଛାଇ ଚାରିକାନ୍ଧ ପାଲିଙ୍କିରେ ଜୀବନ, ପରଦା କୋହରେ ନିଜ ଏକାକିପଣରେ ବୋହୁ ଦୂରେ ଫେରିଯାଏ ନାନା ବାୟା-ଗୀତ ବୋଲି ତାକୁ ମୁଁ କି ଜଗାଏ ଆପଣ ଗାଲକୁ ତା ପାପୁଲିରେ କାଇଁ ଛୁଆଁଏ? ଅଣ୍ଟିରେ ତୁ ମୋ ଖୁଞ୍ଚିଦେଇ ସ୍ମୃତି ଅନେକ ସେ କେଉଁ ରାଇଜ ଗଲା? ଶୁଭେନି ଡାକ ମୋତେ ଦେଖାଦିଅ କି ତୁମେ ରତ-ରତ ସଞ୍ଜବେଳରେ? ତୁମେ ଆଉ କେହି ନୁହେଁ ମୋ ନିଛାଟିଆ ମନର ଛାଇ
Writer(s): Gaurav Anand, Jay Prakash Nayak Lyrics powered by www.musixmatch.com
instagramSharePathic_arrow_out