Credits
PERFORMING ARTISTS
Chitta Jena
Performer
PRODUCTION & ENGINEERING
Tips Industries Ltd
Producer
Songtexte
ଭାଙ୍ଗିଯିବ ଯେବେ ତୋ ବଡ଼ଦେଉଳ
ଦେଖିବି କେଉଁଠି ରହିବୁ
ଭାଙ୍ଗିଯିବ ଯେବେ ତୋ ବଡ଼ଦେଉଳ
ଦେଖିବି କେଉଁଠି ରହିବୁ
ମୁଣ୍ଡ ଗୁଞ୍ଜିବାକୁ କେତେ ହୀନିମାନ
ମୁଣ୍ଡ ଗୁଞ୍ଜିବାକୁ କେତେ ହୀନିମାନ
ଭୋଗିଲେ ସିନା ତୁ ଜାଣିବୁ
ଭାଙ୍ଗିଯିବ ଯେବେ ତୋ ବଡ଼ଦେଉଳ
ଦେଖିବି କେଉଁଠି ରହିବୁ
ଲଷ୍ମୀଛଡା ଯେବେ ହୋଇଥିବୁ ତୁହି
ଅନ୍ନ, ବସ୍ତ୍ର କାହିଁ ତତେ ମିଳିଲା ନାହିଁ
ମଣିମା ମଣିମା ବୋଲି ପଡୁଥିଲା ହୁରି
ସେ ବଡ଼ପଣିଆ ତୋର ରହିଲା କାହିଁ?
ନିଜ ଦୁଃଖ ତତେ ଯେ ବଡ, ତୁ କି ବୁଝିବୁ
ମିଛେ ଭରସା କରି ଆଜି ମତେ ରଖିବୁ
ଭାଙ୍ଗିଯିବ ଯେବେ ତୋ ବଡ଼ଦେଉଳ
ଦେଖିବି କେଉଁଠି ରହିବୁ
ଷାଠିଏ ପଉଟି ତୋ ମହାପ୍ରସାଦ
ଆନନ୍ଦ ବଜାରେ ମେଲି ଲୋଭ ଦେଖାଉ
ତୋର ଚକା ଆଖି ଅଧା ହସ ହସି
ଭକତ ଆଖିରେ ତୁହି ମାୟା ଲଗାଉ
ଭକ୍ତ ଆଶା ଭରସା ତତେ ମିଛ ରେ ସବୁ
ଦୁଃଖୀ ହୋଇଲେ ନିଜେ ସାହା ଖୋଜି ବୁଲିବୁ
ଭାଙ୍ଗିଯିବ ଯେବେ ତୋ ବଡ଼ଦେଉଳ
ଦେଖିବି କେଉଁଠି ରହିବୁ
ଭାଙ୍ଗିଯିବ ଯେବେ ତୋ ବଡ଼ଦେଉଳ
ଦେଖିବି କେଉଁଠି ରହିବୁ
ମୁଣ୍ଡ ଗୁଞ୍ଜିବାକୁ କେତେ ହୀନିମାନ
ମୁଣ୍ଡ ଗୁଞ୍ଜିବାକୁ କେତେ ହୀନିମାନ
ଭୋଗିଲେ ସିନା ତୁ ଜାଣିବୁ
ଭାଙ୍ଗିଯିବ ଯେବେ ତୋ ବଡ଼ଦେଉଳ
ଦେଖିବି କେଉଁଠି ରହିବୁ
ଭାଙ୍ଗିଯିବ ଯେବେ ତୋ ବଡ଼ଦେଉଳ
ଦେଖିବି କେଉଁଠି ରହିବୁ
Written by: Prafulla Kar, Sibu

