Lyrics

ହୃଦୟ ପରିଧି ସୀମା ଡେଇଁ, ମନର ଝରକା ଯେବେ ଖୋଲେ ଚେହେରା ତୋର ମୋତେ ଖାଲି ଦିଶିଯାଏ, ଏକଥା ଜାଣିଥା ପ୍ରେମ ମାନେ ଖାଲି ଦେବା ଜାଣେ, ପାଇବା କଣ ଜାଣିନାହିଁ ନିସର୍ତ୍ତରେ ତତେ ମୁଁ ଭଲପାଏ, ତୁ ଥରେ ବୁଝିଜା ପ୍ରିୟା, ତୁ ମୋରି ଦୁନିଆଁ, ତୁ ମୋରି ଦୁନିଆଁ, ତୁ ମୋରି ଦୁନିଆଁ ଓ ପ୍ରିୟା, ତୁ ମୋରି ଦୁନିଆଁ, ତୁ ମୋରି ଦୁନିଆଁ, ତୁ ମୋରି ଦୁନିଆଁ ଜହ୍ନଟା ଲୁଚେ ଯେମିତି ବଉଦ ଫାଙ୍କ ଭିତରେ ଶରମି ଯାଉଛୁ ସେମିତି ଆଜି ଦେଖିଲେ ମୋତେ ପାଖରେ ମନର ଅକୁହା କଥା ଭାବୁଛି କହିଦେବି ରେ ଓଠ ଦରଜା ପାଖରୁ ସିଏ ପୁଣି ତ ଫେରିଯାଏ ରେ ଅକୁହା ସେ କଥା ସବୁ, ତୁ ବୁଝିଜା ପ୍ରିୟା, ତୁ ମୋରି ଦୁନିଆଁ, ତୁ ମୋରି ଦୁନିଆଁ, ତୁ ମୋରି ଦୁନିଆଁ କାହିଁକି ଭଲ ଲାଗୁଛୁ ଏତେ ତୁ? କହିଦେ ଥରେ ହସିଲେ ତୁ ମୋତେ ଚାହିଁକି ଟିକେ, ତରଳି ଆପେ ଯାଏ ରେ ଉ, ହୃଦୟ ଚୁମ୍ବକ ପରି ଟାଣି ହେଇଯାଏ ରେ ଜାଣେନା ପ୍ରେମ ହେଲେ ତ ବୋଧେ ଏମିତି କାହିଁ ହୁଏ ରେ? ପ୍ରେମର ସେ ଆକର୍ଷଣ, ତୁ ବୁଝିଜା ପ୍ରିୟା, ତୁ ମୋରି ଦୁନିଆଁ, ତୁ ମୋରି ଦୁନିଆଁ, ତୁ ମୋରି ଦୁନିଆଁ
Writer(s): Subhrajit Mohanty Lyrics powered by www.musixmatch.com
instagramSharePathic_arrow_out